ମୁସଲମାନଙ୍କ ଦ୍ବାରା ଦୁର୍ଗାପୂଜା

 ହିନ୍ଦୁ-ମୁସଲମାନ ମିଶି ପୂଜା ଆୟୋଜନ କରନ୍ତି

ନୂଆଗାଁ, ୨/୧୦ (ଇମିସ): ଅଗ୍ରପୂଜ୍ୟଙ୍କ ଆଗମନ ପରେ ଆରମ୍ଭ ହୋଇଛି ପାର୍ବଣର ଆଡ଼ମ୍ବର ଉତ୍ସାହ
ଓ ଉଦ୍ଦୀପନାର ପରଶ ନେଇ ଫେରିଛି ଶରତ । ମା’ଙ୍କ ଧରାବତରଣ ସ୍ବାଗତ ପାଇଁ ନୂଆଗାଁ ବ୍ଲକ୍ ଉତ୍ସବମୁଖର ହୋଇପଡିଛି। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମୃଣ୍ମୟ ମୂର୍ତ୍ତିର ଆକାର ଦେଇ ସାରିଲେଣି କାରିଗର। ସୁଦୃଶ୍ୟ ମୂର୍ତ୍ତି ଦେଖିବା ପାଇଁ ଅଞ୍ଚଳବାସୀ ମଧ୍ୟ ଉତ୍ସୁକ ବିଭିନ୍ନ ଦେବୀ ପୀଠରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ନୂଆଗାଁ ବ୍ଲକ୍‌ର ବିଭିନ୍ନ ସ୍ଥାନରେ ଦେବୀଙ୍କ ପୂଜା କରାଯାଉଥିବା ବେଳେ ଚଳିତବର୍ଷ ମହିପୁର (ନିଳାଦ୍ରୀପୁର)ସ୍ଥିତ ଦୁର୍ଗାପୂଜା ବେଶ ଆକର୍ଷଣୀୟ ଓ ଚିତାକର୍ଷକ ହେବ। ମହିପୁର ସାର୍ବଜନୀନ ଦୁର୍ଗାପୂଜା ଚଳିତବର୍ଷ ୫୨ ବର୍ଷରେ ପଦାର୍ପଣ କରିବାକୁ ଯାଉଛି। ଯାହାକୁ ନେଇ ପୂରା କମିଟି ଉତ୍ସାହର ସହ ପ୍ରସ୍ତୁତି ଜାରି ରଖିଛନ୍ତି | ସପ୍ତମୀରୁ ପୂଜା ଆରମ୍ଭ ହୋଇ ଏକାଦଶୀରେ ପୂଜା ଶେଷ ହେବ। ୧୬ ତାରିଖରେ ଭସାଣି ଉତ୍ସବ ପାଳନ କରାଯିବ।
ଏଥର ପୂଜାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବେ ବିଲୁପ୍ତ ହୋଇ ଯାଉଥିବା ସ୍ଥାନୀୟ ଲୋକକଳାକୁ ଗୁରୁତ୍ବ ଦିଆଯାଉଥିବା ବେଳେ ଘୁଡୁକି, ରାମ ନାଟକ, ଝିଅପିଲା ରାମଲୀଳା ଓ ପୌରାଣିକ ନାଟକର ବ୍ୟବସ୍ଥା କରାଯାଇଛି। ନୟାଗଡ଼ ଜିଲ୍ଲା ଇଟାମାଟି ଅଞ୍ଚଳର
ମୂର୍ତ୍ତିକାର ଆସି ମୂର୍ତ୍ତି ଗଢୁଥିବା ବେଳେ ପୂଜକ ଭାବେ ନିଳାଦ୍ରୀପୁର ଅଞ୍ଚଳର କୃପାସିନ୍ଧୁ ଶତପଥୀ ରହିଛନ୍ତି। ଏଥର ପୂଜା ପାଇଁ ମୋଟ ୩ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇଛି। ୪ ଦିନ ଧରି ଏଠାରେ ମା’ଙ୍କର ଶାରଦୀୟ ପୂଜା ଲାଗିରହେ। ଆକର୍ଷଣୀୟ
NAYAGARH Edition
Page No. 1 October 03, 2024
ତୋରଣ ସାଙ୍ଗକୁ ଆଲୋକ ସାଜସଜ୍ଜା ମଧ୍ୟରେ ପ୍ରତ୍ୟେକ ଦିନ ଶହ ଶହ ଲୋକ ଏଠାରେ ମା’ଙ୍କୁ ଦର୍ଶନ କରିଥାନ୍ତି । ତେବେ ଏହି ପୂଜାର ଅନ୍ୟ ଏକ ବିଶେଷତ୍ଵ ହେଲା ଅନ୍ୟ ସ୍ଥାନ ଗୁଡିକ ଅପେକ୍ଷା ଏଠାରେ କିଛି ଅପୂର୍ବ ମିଳନର ଦୃଶ୍ୟ ଦେଖିବାକୁ ମିଳିଥାଏ। ହିନ୍ଦୁ ଓ ମୁସଲିମ ଏକ ହୋଇ ପୂଜା ଆୟୋଜନ କରିଥାନ୍ତି। ଏଠାରେ ପୂଜା କମିଟି ଦାୟିତ୍ବରେ ଥିବା ସଭାପତି ହିନ୍ଦୁ ସଂପ୍ରଦାୟର ହୋଇଥିବା ବେଳେ ସମ୍ପାଦକ ଜଣେ ମୁସଲିମ ସଂପ୍ରଦାୟର। ଚଳିତବର୍ଷ କମିଟିର ସଭାପତି ଭାବେ ସୁଦାମ ଚରଣ ପ୍ରଧାନ, ସମ୍ପାଦକ ହାକିମ ଖାଁ, ଉପସଭାପତି ସଞ୍ଜିବ କୁମାର ଶତପଥୀ, ସହସମ୍ପାଦକ ପ୍ରଶାନ୍ତ କୁମାର ଶତପଥୀ ଓ କୋଷାଧ୍ୟକ୍ଷ ଭାବେ ରାଜେନ୍ଦ୍ର ସାହୁ ରହିଛନ୍ତି। ୫୨ ବର୍ଷ ପୂର୍ବେ ମହିପୁର ଅଞ୍ଚଳର ଗୋବିନ୍ଦ ସାହୁ, ଚିନ୍ତାମଣି ଶତପଥୀ, ଅରକ୍ଷିତ ସ୍ଵାଇଁ, ଜଗନ୍ନାଥ ପ୍ରଧାନ, ଅଚ୍ୟୁତ ସ୍ଵାଇଁ ପ୍ରମୁଖ ସାର୍ବଜନୀନ ଦୁର୍ଗାପୂଜାକୁ ମହିପୁର ଅଞ୍ଚଳରେ ଆରମ୍ଭ କରିଥିଲେ ।

Comments

Popular posts from this blog

ଓଡିଶାରେ ଲଭ ଜିହାଦ

ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର -ମୁସଲମାନଙ୍କ ବର୍ବରତା