ହିନ୍ଦୁ-ମୁସଲମାନ ମିଶି ପୂଜା ଆୟୋଜନ କରନ୍ତି ନୂଆଗାଁ, ୨/୧୦ (ଇମିସ): ଅଗ୍ରପୂଜ୍ୟଙ୍କ ଆଗମନ ପରେ ଆରମ୍ଭ ହୋଇଛି ପାର୍ବଣର ଆଡ଼ମ୍ବର ଉତ୍ସାହ ଓ ଉଦ୍ଦୀପନାର ପରଶ ନେଇ ଫେରିଛି ଶରତ । ମା’ଙ୍କ ଧରାବତରଣ ସ୍ବାଗତ ପାଇଁ ନୂଆଗାଁ ବ୍ଲକ୍ ଉତ୍ସବମୁଖର ହୋଇପଡିଛି। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମୃଣ୍ମୟ ମୂର୍ତ୍ତିର ଆକାର ଦେଇ ସାରିଲେଣି କାରିଗର। ସୁଦୃଶ୍ୟ ମୂର୍ତ୍ତି ଦେଖିବା ପାଇଁ ଅଞ୍ଚଳବାସୀ ମଧ୍ୟ ଉତ୍ସୁକ ବିଭିନ୍ନ ଦେବୀ ପୀଠରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ନୂଆଗାଁ ବ୍ଲକ୍ର ବିଭିନ୍ନ ସ୍ଥାନରେ ଦେବୀଙ୍କ ପୂଜା କରାଯାଉଥିବା ବେଳେ ଚଳିତବର୍ଷ ମହିପୁର (ନିଳାଦ୍ରୀପୁର)ସ୍ଥିତ ଦୁର୍ଗାପୂଜା ବେଶ ଆକର୍ଷଣୀୟ ଓ ଚିତାକର୍ଷକ ହେବ। ମହିପୁର ସାର୍ବଜନୀନ ଦୁର୍ଗାପୂଜା ଚଳିତବର୍ଷ ୫୨ ବର୍ଷରେ ପଦାର୍ପଣ କରିବାକୁ ଯାଉଛି। ଯାହାକୁ ନେଇ ପୂରା କମିଟି ଉତ୍ସାହର ସହ ପ୍ରସ୍ତୁତି ଜାରି ରଖିଛନ୍ତି | ସପ୍ତମୀରୁ ପୂଜା ଆରମ୍ଭ ହୋଇ ଏକାଦଶୀରେ ପୂଜା ଶେଷ ହେବ। ୧୬ ତାରିଖରେ ଭସାଣି ଉତ୍ସବ ପାଳନ କରାଯିବ। ଏଥର ପୂଜାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବେ ବିଲୁପ୍ତ ହୋଇ ଯାଉଥିବା ସ୍ଥାନୀୟ ଲୋକକଳାକୁ ଗୁରୁତ୍ବ ଦିଆଯାଉଥିବା ବେଳେ ଘୁଡୁକି, ରାମ ନାଟକ, ଝିଅପିଲା ରାମଲୀଳା ଓ ପୌରାଣିକ ନାଟକର ବ୍ୟବସ୍ଥା କରାଯାଇଛି। ନୟାଗଡ଼ ଜିଲ୍ଲା ଇଟାମାଟି ଅଞ୍ଚଳର ମୂର୍ତ୍ତିକାର ଆସି ମୂର୍ତ୍ତି ଗଢୁଥିବା ବେଳେ ପୂଜକ ଭାବେ ନି...